News portal website
before header
[URIS id=5393]

ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାଇଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

0 153

ଅଷ୍ଟିନ ନ୍ୟୁଜ/ଯାଜପୁର

ତା-୦୪-୦୧-୨୦୨୪

ଯାଜପୁର ଜିଲ୍ଲା ବରୀ ବ୍ଳକ ସ୍ଥିତ ଅଟିରା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାଇଶତମ ବାର୍ଷିକ ଉତ୍ସବ ଶେଷ ହୋଇଯାଇଛି।ଅନୁଷ୍ଠାନର ସଭାପତି ପ୍ରମୋଦ କୁମାର ବିଶ୍ବାଳ,ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଵା ବେଳେ,ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ,ପ୍ରଧାନଶିକ୍ଷକ ସୁକଦେଵ ପାତ୍ର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।ମୁଖ୍ୟ ଅତିଥି ଭାବେ ସମାଜସେବୀ ଅରବିନ୍ଦ ମହାନ୍ତି,ମୁଖ୍ୟ ବକ୍ତା ଡ଼.ନିରଞ୍ଜନ ସାହୁ ପିଲାମାନଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଥିଲେ।

ଚଳିତ ଥର କ୍ରୀଡ଼ା,ବକ୍ତୃତା,ଚିତ୍ରାଙ୍କନ,ସାଧାରଣ ଜ୍ଞାନରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ପ୍ରତିବର୍ଷ ଭଳି ସୌରଭ ସ୍ମୃତି ସଂସଦ ପୁରସ୍କାର ବିଶ୍ଵନାଥ ସାହୁଙ୍କୁ,ଆଦର୍ଶ ଶିକ୍ଷକ ମେଘନାଦ ମଳିକ ପୁରସ୍କାର ମହେଶ ସାହୁଙ୍କୁ ଏବଂ ମେଡ଼ିକାଲ ଛାତ୍ରୀ ମୋନାଲିସା ବେଉରିଆଙ୍କୁ ସଭାମଞ୍ଚରେ ସମ୍ବର୍ଦ୍ଧନା କରାଯାଇଥିଲା।

ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବିଜୟ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.